ରିପୋର୍ଟ କାର୍ଡ / ଭୁବନେଶ୍ବର
ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗାମୀ ୧୫ ଦିନ ଭିତରେ ଏନେଇ ଏକ ବିଶେଷଜ୍ଞ ଟିମ ଗଠନ ହେବ। ବିଶେଷଜ୍ଞ କମିଟିରେ ବିଶିଷ୍ଠ ଶିକ୍ଷାବିତ ଓ ସିଏଚଏସଇ କର୍ତ୍ତୁପକ୍ଷ ରହିବେ। ସିବିଏସଇ କିଭଳି ଦ୍ଵାଦଶ ପରୀକ୍ଷା ମୂଲ୍ୟାୟନ କରୁଛି, ତାହା ଉପରେ ତର୍ଜମା କରି ବିଶେଷଜ୍ଞ କମିଟି ନିଷ୍ପତ୍ତି ନେବ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । | ଉଲ୍ଲେଖ ଯୋଗ୍ୟ-ଯୁକ୍ତ ୨ ପରୀକ୍ଷାକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପରୀକ୍ଷା ବାତିଲ୍ ନେଇ ଘୋଷଣା କରିଥିଲେ | ହେଲେ ଏହି ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଥିଲାକି କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ | ସିବିଏସଇ କିଭଳି ଦ୍ଵାଦଶ ପରୀକ୍ଷା ମୂଲ୍ୟାୟନ ହେବା ନେଇ ସୂଚନା ମିଳିଛି |






More Stories
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..
ଆଜି ଓଡ଼ିଶା ଆସିବେ ସ୍ଥଳ ସେନା ମୁଖ୍ୟ……
୨୪ ରେ ବାରବାଟୀ ଟି-୨୦……