Report Card Odisha

| Daily Odia News

୬ ଯୋଡ଼ା ମେମୁ-ପାସେଞ୍ଜର ଟ୍ରେନ୍‌ ବାତିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍‌ ୨୦ ପର୍ଯ୍ୟନ୍ତ ୬ ଯୋଡ଼ା ମେମୁ-ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର (୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ- ଭୁବନେଶ୍ବର (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ (୦୮୪୫୪/୦୮୪୫୩), ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର (୦୮୪୯୩/୦୮୪୯୪) ଟ୍ରେନ୍‌। ଜୁନ୍ ୧୭ ଓ ୧୮ ବ୍ୟତୀତ ଜୁନ୍‌ ୧୧ରୁ ୨୦ ମଧ୍ୟରେ ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ (୦୮୪୨୮/୦୮୪୨୭), ପୁରୀ-କଟକ-ପୁରୀ (୦୮୪୩୨/୦୮୪୩୧), ଭୁବନେଶ୍ବର-ପଲାସା-ଭୁବନେଶ୍ବର (୦୮୪୩୩/୦୮୪୩୪), ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର (୦୨୮୯୨/୦୨୮୯୧)। ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର (୦୮୩୦୧/୦୮୩୦୨) ଟ୍ରେନ୍‌ ଜୁନ୍ ୧୨, ୧୩ ଓ ୧୯, ୨୦ (ଶନିବାର ଏବଂ ରବିବାର) ବାତିଲ୍ ରହିବ। ଆଂଶିକ ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ ସ୍ପେସାଲ୍ (୦୮୪୨୮/୦୮୪୨୭) ଜୁନ୍‌ ୧୭ ଓ ୧୮ ଦିନ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ। ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ। ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର (୦୮୩୦୧/୦୮୩୦୨) ଟ୍ରେନ୍‌ ଜୁନ୍‌ ୧୧, ୧୪ରୁ ୧୮ ମଧ୍ୟରେ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ। ଟିଟିଲାଗଡ଼ ଓ ରାୟଗଡ଼ା ମଧ୍ୟରେ ଉଭୟ ପାର୍ଶ୍ବରୁ ବାତିଲ ରହିବ। ଭୁବନେଶ୍ବର-ଜୁନାଗଡ଼ ରୋଡ୍‌-ଭୁବନେଶ୍ବର ବିଶେଷ ଟ୍ରେନ୍‌ (୦୨୦୯୭/୦୨୦୯୮) ଜୁନ୍‌ ୧୧ରୁ ୨୦ ପର୍ଯ୍ୟନ୍ତ ଭୁବନେଶ୍ବରଠାରୁ ଏବଂ ଜୁନ୍‌ ୧୨ରୁ ୨୧ ପର୍ଯ୍ୟନ୍ତ ଜୁନାଗଡ଼ ରୋଡ୍‌ଠାରୁ ଉଭୟ ପାର୍ଶ୍ବରୁ ଭୁବନେଶ୍ବର ଓ ରାୟଗଡ଼ା ମଧ୍ୟରେ ଚଳାଚଳ କରିବ। ରାୟଗଡାରୁ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ। ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କାଉଣ୍ଟର୍‌ ଖୋଲା ରହିବ ବୋଲି ସୂଚନା ମିଳିଛି ।

Breaking News