ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ତାତି ଅସମ୍ଭାଳ | କଲବଳ କରୁଛି ଜୀବନ ଯାତ୍ରା। ଗ୍ରୀଷ୍ମପ୍ରବାହକୁ ଦେଖି ଆଜି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମିକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ କହିଛନ୍ତି, ସ୍କୁଲ ଓ ଅଙ୍ଗନବାଡ଼ି ୧୬ ତାରିଖ ଯାଏଁ ବନ୍ଦ ରହିଛି। ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ। କଲେଜରେ ପରୀକ୍ଷା ଚାଲିଛି। ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ଟା କାମ ବନ୍ଦ କରାଯାଇଛି। ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ। ବସ୍ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍ରେ ବରଫ, ଓଆର୍ଏସ୍ ଓ ପାଣି ମହଜୁଦ ରଖିବାକୁ କୁହାଯାଇଛି। ଜଳଛତ୍ର ଖୋଲିବାକୁ ଓ ନଳକୂଅ ମରାମତି ପାଇଁ କୁହାଯାଇଛି। ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..