ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୪୧ କୋଟି ୭୬ ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି। ସୁଧ ରିହାତି ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷ ଆମ ଅର୍ଥନୀତିର ଆତ୍ମା, ବିକାଶର ଆଧାର। ଚାଷୀ, ମା ଓ ଯୁବବର୍ଗ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ସାରଥୀ ସାଜିଛନ୍ତି। ତେଣୁ ଚାଷୀ, ମା ଓ ଯୁବବର୍ଗଙ୍କ ସଶକ୍ତିକରଣ ଉପରେ ସବୁବେଳେ ଜୋର ଦେଇ ଆସିଛି।ଚାଷୀଙ୍କୁ ସଶକ୍ତ କରିବାକୁ ସ୍ୱତନ୍ତ୍ର ବଜେଟ କରାଯାଇଛି। ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ୟ ଋଣ ଦିଆଯାଇଛି। ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି। ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ। ୨୦୨୨-୨୩ ପାଇଁ ୪୦୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଆଜି ଦିଆଯାଇଛି। ଏହାଦ୍ୱାରା ୩୫ ଲକ୍ଷ ଚାଷୀ ଉପକୃତ ହେବେ। ୨୦୨୨-୨୩ ବର୍ଷ ପାଇଁ ୮୫୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଯୋଗାଇ ଦିଆଯାଇଛି। ଚାଷୀ ଭାଇଙ୍କୁ ଋଣ ନେଇ ସୁଧ ଦେବାକୁ ପଡିଲା ନାହିଁ। କୃଷି ଋଣର ୬୦% ସମବାୟ ବ୍ୟାଙ୍କ ଓ ସମବାୟ ସମିତି ଯୋଗାଉଛି। ଚାଷୀଙ୍କ କଲ୍ୟାଣ ପାଇଁ କାମ କରୁଛି ଓ ଆଗକୁ ମଧ୍ୟ କରିଚାଲିବି। ଏହାପୂର୍ବରୁ ଚାଷୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୪୧୫ କୋଟି ୧୭ ଲକ୍ଷ ଟଙ୍କା ସୁଧ ରିହାତି ପ୍ରଦାନ କରାଯାଇଥିଲା। ଏଥିରେ ମଧ୍ୟ ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଥିଲେ। ଦୁଇଟି ପର୍ଯ୍ୟାୟକୁ ମିଶାଇ ସରକାର ୮୫୬ କୋଟି ୯୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..