ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ୍ଶୀଘ୍ର ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କର ଦରମା ବଢ଼ିବ। ରାଜ୍ୟ ସରକାର ଏ ଦିଗରେ କାମ କରୁଥିବା ଏନେଇ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ରାଇଘରରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଏହି ଘୋଷଣା କରିଛନ୍ତି। ରାଇଘର ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍ କହିଛନ୍ତି, ଆଗକୁ ଆଶାଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ। ଏଥିସହ ମିଶନ ଶକ୍ତିର ଏମବିକେ, ଏଏନଏମଙ୍କ ଦରମା ମଧ୍ୟ ଖୁବଶୀଘ୍ର ରାଜ୍ୟ ସରକାର ବଢାଇବେ ବୋଲି ସେ କହିଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..