ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍ କଟକୁ ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସୋଶାଲ ମିଡ଼ିଆ X ଜରିଆରେ TPCODL ସିଇଓ ଏବଂ ଶକ୍ତି ବିଭାଗ ସଚିବଙ୍କୁ ଟ୍ୟାଗ୍ କରି SRC ଜଣାଇଛନ୍ତି। ବିଶେଷ କରି ଭୁବନେଶ୍ୱର ସହର ଭିତରେ ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁ ଗ୍ରୀଷ୍ମ ସହ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଟାଟା ପାୱାରର ଅଘୋଷିତ ପାୱାର କଟ୍ ଏବଂ ଲୋକଙ୍କ ସମସ୍ୟା ସଂପର୍କରେ ଖବର ପ୍ରସାରଣ ହୋଇଥିଲା। ଅନେକ ସ୍ଥାନରେ ମେଣ୍ଟେନାନ୍ସ ଆଳରେ କେମିତି ବାରମ୍ବାର ପାୱାର କଟ୍ ହେଉଛି, ସେନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଏହି ଖବର ପରେ ରାଜ୍ୟ ସରକାର ତତ୍ପର ହେବା ସହ ବିଦ୍ୟୁତ ବିତରଣ କମ୍ପାନୀକୁ ଏ ଦିଗରେ ଦୃଷ୍ଟି ଦେବାକୁ SRC କହିଛନ୍ତି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….