ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବେ ଗଭୀର ଅବପାତଟି ଆଜି ସକାଳେ ବାତ୍ୟାରେ ପରିଣତ ହୋଇଛି। ବାତ୍ୟା ‘ଦାନା’ ଘଣ୍ଟା ପ୍ରତି ୧୮ କିମି ବେଗରେ ମାଢି ଆସୁଛି | ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ରହିବେ ମହିଳା । ଏନେଇ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର( ଏସ୍ଆରସି) ଦେଓରଞ୍ଜନ କୁମାର ସିଂ। ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯିବ, ତା’ଉପରେ ଗୁରୁତ୍ୱ ଦେବା ସହ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। SRC ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ରିଲିଫ ସେଣ୍ଟର ପାଇଁ ଟିମ୍ ପ୍ରସ୍ତୁତ କରାଯିବ। ଯେଉଁଥିରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିବେ। ଆଶା ଦିଦି, ଶିକ୍ଷୟିତ୍ରୀ ମଧ୍ୟ ରିଲିଫ୍ ସେଣ୍ଟରରେ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି SRC। ସେହିପରି କନଷ୍ଟେବଲ କିମ୍ବା ମହିଳା ହୋମଗାର୍ଡଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ସେହିପରି ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି SRC। ଉଲ୍ଲେଖଯୋଗ୍ୟ, ବାତ୍ୟା ମୁକାବିଲା ପାଇଁ ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିଛନ୍ତି। ୫ଟି ଟିମ୍ ରେ ମୋଟ ୧୫୨ ଜଣ ସଦସ୍ୟ ଅଛନ୍ତି। ସେମାନେ ପ୍ରଭାବିତ ୫ଟି ଜିଲ୍ଲାରେ ମୁତୟନ ହେବେ। ସେହି ଜିଲ୍ଲା ଗୁଡ଼ିକା ହେଲା- ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର। ଟିମରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି। ବତ୍ୟାରେ ମହିଳାଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଏମାନେ କାର୍ଯ୍ୟ କରିବେ।ସେମାନେ ବାତ୍ୟା ସମୟରେ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରାଶ ଓ ଉପକରଣ ସହ ଜିଲ୍ଲାକୁ ଗସ୍ତ କରିବେ।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..