Report Card Odisha

| Daily Odia News

ଠିକାରେ ନିଯୁକ୍ତି ପାଇଲେ ‘ପ୍ରମୁଖ ସଚିବ’….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ପ୍ରଶାସନିକ କ୍ଷେତ୍ରରେ ପ୍ରଥମଥର ଜଣେ ‘ପ୍ରମୁଖ ସଚିବ’ଙ୍କ ଭଳି ଦରମା ଓ ଭତ୍ତା ସହ ସମାନ ପ୍ରଶାସନିକ କ୍ଷମତା ର ସୁଯୋଗ ପାଇଛନ୍ତି । ମନୋଜ କୁମାର ମିଶ୍ରଙ୍କୁ ଓଡ଼ିଶା ସରକାରରେ ନିଯୁକ୍ତି ମିଳିଛି । ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ‘ଚୁକ୍ତିଭିତ୍ତିକ ପ୍ରମୁଖ ସଚିବ’ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ମିଶ୍ର ହେଉଛନ୍ତି ରାଜ୍ୟର ପ୍ରଥମ ଠିକା ପ୍ରମୁଖ ସଚିବ ଯିଏ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନଙ୍କ ଭଳି ଓଡ଼ିଶା ସରକାରରେ ସମସ୍ତ ସୁବିଧାସୁଯୋଗ,ଦାୟିତ୍ୱ ଓ କ୍ଷମତା ପାଇଛନ୍ତି | ଶ୍ରୀ ମିଶ୍ର ପୂର୍ବଭଳି ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ ତୁଲାଇବେ । ସେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।  ଓକାକର ଚେୟାରମ୍ୟାନ୍ ଭାବେ ମଧ୍ୟ କାର୍ଯ୍ୟ କରିବେ । ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ ଚାକିରିରୁ ଇସ୍ତଫାଦେଇସାରିଛନ୍ତି |

Breaking News