ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇବଢି ଚାଲିଛି | କରୋନା ମୁକାବିଲା ନେଇ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ମେ’ ୫ରୁ ୧୯ ତାରିଖ ପଯୟ୍ୟନ୍ତ ସାରାରାଜ୍ୟରେ ଲକଡାଉନ ବଳବତ୍ତର ରହିବ। ଏହି ସମୟରେ ସ୍ୱାସ୍ଥ୍ୟସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ନାହିଁ। କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ କାର୍ଯ୍ୟ ଆୟୋଜନ କରିହେବ। ତେବେ ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ରହିଥିବା ବେଳେ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ। ସାପ୍ତାହିକ ଏବଂ ଦୈନିକ ହାଟ ଚାଲି ପାରିବ ନାହିଁ। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ, କେବଳ ନୀତି ଚାଲିବ। ଏହି ସମୟରେ କେବଳ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ମିଳିବ । ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ ଲାଗୁ ହେବ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯାଆସ କରିପାରିବେ । ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ । ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଯାଆସ ଅନୁମତି ରହିଛି । ସୂଚନା ଅନୁସାରେ ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ। ଯାତ୍ରା, ଅପେରା, ଖୋଲାମଞ୍ଚ ମଧ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ସେହିଭଳି ସେଲୁନ, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….