ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଙ୍ଗଳବାର ଯେତେବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରୁଥିଲେ। ଠିକ ସେତିକିବେଳେ ଗ୍ରାମସଭା କରିଥିଲା ଆନ୍ଧ୍ର ପ୍ରଶାସନ। ବୁଧବାର ଫାଟୁସିନେରି ସ୍କୁଲ ଖୋଲି ଛାତ୍ରଛାତ୍ରୀଙ୍କୁ ଅଣ୍ଡା- ଭାତ ଖାଇବା ଵଂଟିଛି । ଏ ହେଉଛି ଫାଟୁ ସିନେରି ଓ ଫଗୁଣରେ ଏମିତି ଘଟଣା ଦେଖିବାକୁ ମିଳିଛି । ଓଡ଼ିଆ ଫଳକକୁ ଭାଙ୍ଗି ଲିଭେଇ ଓପାଡ଼ି ଦିଆଯାଇଛି। ସେଠାରେ ଲାଗିଛି ତେଲୁଗୁ ଫଳକ। କୋଟିଆ ପଞ୍ଚାୟତର ୮ଟି ଗାଁ ଫଗୁଣସିନେରି, ଫାଟୁ ସିନେରି, ମାଡକାର, ସହ ବିଭିନ୍ନ ଗ୍ରାମରେ ଲାଗିଥିବା ଓଡ଼ିଶା ସରକାରଙ୍କ ଫଳକକୁ ଏମିତି ହଟେଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସରକାରୀ ତଥ୍ୟ ସମ୍ବଳିତ ଓଡିଆ ଫଳକ ହଟାଇ ସେହି ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଫୋଟ ଥାଇ ଆନ୍ଧ୍ର ସରକାରଙ୍କ ଯୋଜନା ସମ୍ବଳିତ ହୋଡିଂ ଲଗାଯାଇଛି। ସେହିପରି ଭୁବନେଶ୍ବରରେ ଗତ କାଲି ଆଲୋଚନା ଚାଲିଥିବା ବେଳେ ଗତକାଲି ଫାଟୁସିନେରିରେ ଅଙ୍ଗନୱାଡି କେନ୍ଦ୍ର ଓ ନୂତନ ସ୍କୁଲ କରିବାକୁ ଜାଗା ଚିହ୍ନଟ କରିଛନ୍ତି ଆନ୍ଧ୍ରର ଆଇଟିଡିଏ ଅଧିକାରୀ ଆର କୁରମାନାଥ। ଗାଁ ଗାଁରେ ଗ୍ରାମସଭା କରୁଛନ୍ତି । ଏସବୁ କିଛି ଆନ୍ଧ୍ରର ଧୋକା ନୁହେଁ ତ ଆଉ କଣ । କୋଟିଆକୁ ନେଇ ଓଡିଶା- ଆନ୍ଧ୍ର ଭିତରେ ସୀମା ବିବାଦ ବହୁ ପୁରୁଣା । ଏବେ କୋଟିଆରେ ବିଭିନ୍ନ ଯୋଜନା କରୁଛନ୍ତି ଓଡିଶା ସରକାର । ସରକାରୀ ଯୋଜନାରେ ଲୋକେ ଆନ୍ଧ୍ର ଠାରୁ ମୁହଁ ବୁଲାଉଥିବା ବେଳେ ସେଥିରେ ବାଟ ଓଗାଳିବାକୁ ଚେଷ୍ଟା କରୁଛି ଆନ୍ଧ୍ର । ଓଡିଶା ସୀମାରେ ପଶି ଆନ୍ଧ୍ରର ଏଜେଣ୍ଟ ଓ ଦଲାଲ ଓଡିଶା ସୀମାନ୍ତ ଲୋକଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି । ଓଡିଶା ଭିତରେ ପସି ଜମିପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଏପେଟ କୋଟିଆ ସୀମା ବିବାଦ ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସମସ୍ୟା ସମାଧାନ ଲାଗି ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । କିନ୍ତୁ କମିଟି ଗଠନ ହେବା ଆଗରୁ ଆନ୍ଧ୍ର ପ୍ରଶାସନ କୋଟିଆରେ ପଶି ମନମାନି ଚଳାଇବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସୀମାନ୍ତ ଗାଁର ଲୋକେ। ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ଭିତରେ ଛକାପଞ୍ଜା ଚାଲି ଆସୁଥିବାବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କୁ ନେଇ ବେଶ ଆଶାବାଦୀ ଥିଲା ଓଡିଶା । ହେଲେ ଆନ୍ଧ୍ରର ଦୋ ମୁହାଁ ନୀତି ପଦାରେ ପଡିବା ପରେ ଆଲୋଚନାରେ ବିବାଦ କେତେ ସମାଧାନ ହେବ ତାକୁ ନେଇ ପ୍ରଶ୍ନ ଉଠୁଛି ।






More Stories
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..
IAS ସ୍ତରରେ ଅଦଳବଦଳ…..