Report Card Odisha

| Daily Odia News

ଓଡ଼ିଶା ଲ’ କମିଶନ ଗଠିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ଲ’ କମିଶନ ଆଜି ଗଠିତ ହୋଇଛି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଓଡ଼ିଶା ଲ’ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଓଡିଶା ଲ’ କମିଶନରେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି। ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଓଡ଼ିଶା ଲ’ କମିଶନର ଏକ୍ସ ଅଫିସିଓ ସଦସ୍ୟ ରହିଥିବାବେଳେ ଆଇନ ବିଭାଗ ପ୍ରମୁଖ ସଚିବ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ରହିବେ ବୋଲି ସୂଚନା ଦିଆଯାଇଛି। ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରକାଶ ମିଶ୍ର ଏବଂ ସୌରଚନ୍ଦ୍ର ମହାପାତ୍ର ଓଡ଼ିଶା ଲ’ କମିଶନର ସଦସ୍ୟ ରହିଥିବା ବେଳେ କମିଶନଙ୍କ ସଚିବଙ୍କୁ ମଧ୍ୟ ଲ’ କମିଶନରେ ସ୍ଥାନୀତ କରାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।

Breaking News