Report Card Odisha

| Daily Odia News

୨୯ ରୁ ମାଟ୍ରିକ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୯ ତାରିଖ ଠାରୁ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା। ମଧ୍ୟମା ଓ ଓପନ ସ୍କୁଲ ସେକେଣ୍ଡ ସିଟିଂରେ ହେବାକୁ ଥିବା ପରୀକ୍ଷା ତାରିଖ ଓ ସମୟକୁ ପରିବର୍ତ୍ତନ କରାଯାଇଛି। ଆସନ୍ତା ମାସ ୨, ୪ ଓ ୬ ତାରିଖରେ ହେବାକୁ ଥିବା ସେକେଣ୍ଡ ସିଟିଂ ପରୀକ୍ଷାଗୁଡ଼ିକ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ ବୋଲି ଜଣାପଡିଛି । ଏନେଇ ମଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରୀଷ୍ମ ପ୍ରଭାହକୁ ଲକ୍ଷ୍ୟରେ ରହି ମଧ୍ୟମା, ଓପନ ସ୍କୁଲ ସେକେଣ୍ଡ ସିଟିଂରେ ପରିବର୍ତ୍ତନ କରାଯାଇଛି। ମଧ୍ୟାହ୍ନର ଖରା ଆସିବା ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଫେରି ସାରିଥିବେ । ବୋର୍ଡ ସୂଚନା ମୁତାବକ, ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫,୭୧,୯୦୯ ହାଇସ୍କୁଲ ପିଲା ପରୀକ୍ଷା ଦେବେ। ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଛି। ଯାହା ଭିତରୁ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। ୬୫ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ। ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମେ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ସେକେଣ୍ଡ ସିଟିଂ ପରୀକ୍ଷା ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ। ସେହିପରି ଓପନ ସ୍କୁଲର ୩ଟି ସେକେଣ୍ଡ ସିଟିଂ ପରୀକ୍ଷା ଆସନ୍ତା ମାସ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି। ପ୍ରବଳ ଖରାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଣି ଓ ଓଆରଏସ୍ ମହଜୁଦ ରଖାଯିବ। ତେବେ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନି।

Breaking News