ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ତୈଳ ଦର ବୃଦ୍ଧି କୁ ନେଇ ସରକାରଙ୍କ ନିଦ ଭାଙ୍ଗିଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା ସମୟରେ କରୋନା ସ୍ଥିତିର ସମୀକ୍ଷା କରିବା ସହ ତୈଳ ଦର ବୃଦ୍ଧି ନେଇ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଗତ କିଛି ଦିନ ହେବ ତୈଳ ଦର ବଢ଼ୁଥିବା ବେଳେ ବର୍ଦ୍ଧିତ ଦର ମଧ୍ୟବିତ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏନେଇ ବିରୋଧୀ ଏବଂ ସାଧାରଣ ଲୋକ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ତୈଳ ମୂଲ୍ୟ ବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ, ଯେପରି ନଭେମ୍ବର ମାସରେ କେନ୍ଦ୍ର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ପେଟ୍ରୋଲ-ଡିଜେଲ, ପିଏନଜି, ସିଏନଜି ମୂଲ୍ୟ ବୃଦ୍ଧିରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଘେରୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭାଟ୍ ହ୍ରାସ କରିବାକୁ ନିବେଦନ କରିଛନ୍ତି। ଏବେ ସମାଲୋଚନା କରୁଥିବା ବିରୋଧୀ କ’ଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।






More Stories
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ପୁଣି ବଢ଼ିଲା ସୁନା ଦର…..
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..