Report Card Odisha

| Daily Odia News

୧୬୪ ଓଏଏସ୍‍ ଙ୍କୁ ପଦୋନ୍ନତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ୧୬୪ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‍) ଅଧିକାରୀଙ୍କୁ ଉଚ୍ଚ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ପ୍ରଶାସନ ବିଭାଗର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ସେଥିରେ ୧୫୫ଜଣ ବରିଷ୍ଠ ଓଏଏସ୍‍ ଥିବାବେଳେ ୯ଜଣ ଉଚ୍ଚପାହ୍ୟା ଓଏଏସ୍‍ ଅଧିକାରୀ ରହିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ପଦୋନ୍ନତି ତାଲିକାରେ ୩୧ ଉପଜିଲାପାଳ, ବିଭିନ୍ନ ବିଭାଗର ସ୍ୱତନ୍ତ୍ର ଅଧିକାରୀ, ବ୍ଲକ ଉନୟନ ଅଧିକାରୀ(ବିଡିଓ) ଏବଂ ତହସିଲଦାର ରହିଛନ୍ତି।
ଙ୍କେଶ୍ୱର ଅମାତ : ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ
ରାମେଶ୍ବର ପ୍ରଧାନ : କୋରାପୁଟ ଅତିରିକ୍ତ ଜିଲାପାଳ
ଜ୍ୟୋତିଶଙ୍କର ମହାପାତ୍ର : ପୁରୀ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ
ଦେବେନ କୁମାର ପ୍ରଧାନ : ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ
ଧରମ ହାଁସଦା : ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ
ଲକ୍ଷ୍ମଣ କୁମାର ମଲ୍ଲିକ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ସଚିବ
ଲିଲି କୁମାରୀ କୁଲୁ : ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅତିରିକ୍ତ ସଚିବ
ମୈତ୍ରୀ ଭଟ୍ଟାଚାର୍ଯ୍ୟ : ଓପିଏସ୍‌ସିର ସହ ନିୟନ୍ତ୍ରକ

Breaking News