Report Card Odisha

| Daily Odia News

ବିଧାନସଭା ଅଚଳଅବସ୍ଥା ଜାରି, ବାହାରେ ଡ୍ରାମା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବି ବିଧାନସଭା ଅଚଳଅବସ୍ଥା ଜାରି । ଗୃହରେ ପୁଣି ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ଏହାପରେ ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି । ସେପଟେ ଭିଡିଓ କନଫରେନ୍ସିଂ ଜରିଆରେ ଗୃହ ଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ବିଧାୟକ । ଗୃହରେ ଅଚଳାବସ୍ଥା ଦୂର ପାଇଁ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ନିଜ ନିଜ ଜିଦରେ ଅଟଳ ରହିବା ସହିତ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ଗୃହକୁ ୧୨ଟା ଯାଏଁ ମୁଲତବି ରଖିଥିଲେ । ଅନ୍ୟପଟେ ବସୁଛି ସର୍ବଦଳୀୟ ବୈଠକ, ହେଲେ ବାହାରିପାରୁନି ନିଷ୍କର୍ଷ । ବିରୋଧୀ ସଦସ୍ୟମାନେ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରୁଥିବା ବେଳେ ଶାସକ ଦଳ ଏହାକୁ ମାନିବାକୁ ନାରାଜ । ଶାସକ ଦଳ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ରହିଛି । ଯେଉଁଥିପାଇଁ ବାରମ୍ବାର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ସୁଦ୍ଧା ସମାଧାନର ବାଟ ବହାରିପାରୁନି ।

Breaking News