ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆତ୍ମହତ୍ୟା କଲେ ଜାତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସି ୱିଙ୍ଗର ଜଣେ ଓଡ଼ିଆ ଅଫିସର୍। ଦିଲ୍ଲୀ ଲୋଧି କଲୋନୀ ସ୍ଥିତ ‘ର’ ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ କାହିଁକି ସେ ଆତ୍ମହତ୍ୟା କଲେ ତା’ର କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ, ‘ର’ ଅଫିସରଙ୍କ ନାଁ ଅନିକେତ କୁମାର । ସେ କଟକର ବାସିନ୍ଦା। ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିବା ପରେ ଝରକାରୁ ଡେଇଁ ପଡିଥଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀ ପୋଲିସର ସୂଚନା ମୁତାବକ, ଗତ କିଛି ଦିନ ହେବ ପାରିବାରିକ କାରଣ ଯୋଗୁଁ ସେ ମାନସିକ ଅବସାଦରେ ଥିଲେ। ତେବେ ଅନିକେତ ଏଭଳି କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……