Report Card Odisha

| Daily Odia News

ଆଜି ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଆଉ ୨ ଆକ୍ରାନ୍ତ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ,ଆଉ ୨ ଜଣଙ୍କର କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ଦୁଇ ଜଣ ନୂଆପଡା ଜିଲ୍ଲାର ବୋଲି ଜଣାପଡିଛି । ଆଜିର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୭୨୬ ରହିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୯,୨୫୯ ଥିବାବେଳେ ୩ ଲକ୍ଷ ୪୦ ହଜାର ୬୨ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୪୩, ବାଲେଶ୍ୱର ୧୫୮, ବରଗଡ଼ ୯୭, ଭଦ୍ରକ ୧୧, ବଲାଙ୍ଗୀର ୯୩, ବୌଦ୍ ୫, କଟକ  ୫୮, ଦେଓଗଡ଼ ୯, ଢେଙ୍କାନାଳ ୨, ଗଜପତି ୧୪, ଗଞ୍ଜାମ ୯, ଜଗତସିଂହପୁର ୯, ଯାଜପୁର  ୩୮, ଝାରସୁଗୁଡ଼ା ୪୩, କଳାହାଣ୍ଡି ୧୧୪, କନ୍ଧମାଳ୮, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୫୩,  କୋରାପୁଟ ୯, ମାଲକାନଗିରି ୩, ମୟୁରଭଞ୍ଜ ୩୯, ନବରଙ୍ଗପୁର  ୮୦, ନୟାଗଡ଼ ୭, ନୂଆପଡ଼ା  ୯୬, ପୁରୀ  ୫୪, ରାୟଗଡ଼ା ୩୫, ସମ୍ବଲପୁର୧୨୧, ସୋନପୁର ୧୩, ଷ୍ଟେଟ୍‌ ପୁଲ୍‌ରୁ ୪୬ ରହିଛନ୍ତି |

Breaking News