ରିପୋର୍ଟ କାର୍ଡ / ଭୁବନେଶ୍ୱର
ତାତିରୁ ମିଳିବ ଆଶ୍ବସ୍ତି | ରାଜ୍ୟର କିଛି ସ୍ଥାନରେ ବଦଳିବ ପାଗ | ଆସନ୍ତା ୨୮ ଓ ୨୯ ତାରିଖରେ ପୂର୍ବ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ତାତିରୁ ରକ୍ଷା ମିଳିପାରେ | କାରଣ ଆସନ୍ତା ୨୮ ତାରିଖରୁ ୨୯ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ | ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ଆସନ୍ତା ୨୮ ତାରିଖ ସକାଳ ୮.୩୦ରୁ ୨୯ ତାରିଖ ସକାଳ ୮ଟା ୩୦ ମଧ୍ୟରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ |ଭାରତୀୟ ପାଣିପାଗ ବିଭାଗ ଏହି ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି | ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ମୁତାବକ ୨୯ ତାରିଖ ସକାଳ ୮ଟା ୩୦ରୁ ୩୦ ତାରିଖ ସକାଳ ୮ଟା ୩୦ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ମଧ୍ୟ ବଜ୍ରପାତ ସହ ଝଡବର୍ଷା ହେବାର ଆଶଙ୍କା ରହିଛି |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..