ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କମିପାରେ ତାତି। କାଳବୈଶାଖୀ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼କୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ୪୦-୫୦ କିମି ବେଗରେ ପବନ ସମ୍ଭାବନା ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ । ଗତ ତିନି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ଆଜି ଟିକିଏ କମିବ ବୋଲି ଆଶା କରାଯାଉଛି। ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସକାଳୁ ସୂଚନା ଦିଆଯାଇଥିଲା। ଏହାସହ ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
More Stories
ସ୍ୱର୍ଣ୍ଣ ପଦକ ବିଜେତା ଡ଼କ୍ଟର ସୁର୍ଯ୍ୟପ୍ରକାଶଙ୍କୁ ଆନ୍ତର୍ଜାତୀୟ ଫେଲୋସିପ୍ ….
ବଦଳିଲା ମୋ ସ୍କୁଲ ଅଭିଯାନ ନାଁ…..
ମାଆ କୁ ହତ୍ୟା କଲେ ୨ ପୁଅ……