Report Card Odisha

| Daily Odia News

ରାଜ୍ୟର ୯ଟି ସହରରେ କାଳବୈଶାଖୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗରମ ଦିନ ଅସହ୍ୟ ହେବାକୁ ଲାଗିଛି | ଶନିବାର ରାଜ୍ୟର ୯ଟି ସହରରେ କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଶନିବାର ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସେହିପରି ବିଜୁଳି ଓ ଘଡ଼ଘଡ଼ି ମାରିବା ସହିତ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ଓ ବାରିପଦାରେ ୩୯.୨ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ସେହିପରି ନୟାଗଡ଼ରେ ୩୯ ଡିଗ୍ରୀ ସେଲସିୟସ୍‌, କଟକରେ ୩୮.୮ ଡିଗ୍ରୀ ସେଲସିୟସ୍‌, ତାଳଚେର/ମାଲକାନଗିରି/ବୌଦ୍ଧରେ ୩୮ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ଥିଲା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Breaking News