Report Card Odisha

| Daily Odia News

୧୦୦ ପୋଲିସ ଙ୍କୁ ମିଳିବ ପୁରସ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏପ୍ରିଲ ୧ ତାରିଖରେ ‘ଉତ୍କଳ ଦିବସ’ରେ ଓଡିଶା ପୋଲିସ ଡିପାର୍ଟମେଣ୍ଟ ନିଜର ୮୮ତମ ଗଠନ ଦିବସ ପାଳନ କରିବ । ତେବେ ଏହି ପବିତ୍ର ଦିବସ ଅବସରରେ ଓଡିଶା ପୋଲିସ ବିଭାଗର ୧୦୦ ଜଣ ଦକ୍ଷ ଅପିସରଙ୍କୁ ସମ୍ମାନିତ କରାଯିବ | ଏ ନେଇ ଓଡିଶା ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଓଡିଶା ପୋଲିସ ଦ୍ୱାରା ‘ଡିଜିପି ଡିସ୍କ’ ସମ୍ମାନ ପାଇଁ ୧୦୦ ଜଣ ପୋଲିସ ଅଧିକାରୀଙ୍କ ଚୟନ କରାଯାଇଛି । ଓଡିଶା ପୋଲିସ ଫର୍ମେସନ ଡେ ଅବସରରେ ଏମାନଙ୍କୁ ସମ୍ମାନିତ କରାଯିବ । ଏହି ତାଲିକାରେ ଅନୁଗୁଳର ଏସପିଙ୍କ ସମେତ ମାଲକାନାଗିରି, କଳାହାଣ୍ଡି, ସୁବର୍ଣ୍ଣପୁର ଜିଲ୍ଲାର ଏସପି ଏବଂ ଭୁବନେଶ୍ୱର ଡିଭିଜନର ଭିଜିଲାନ୍ସ ଏସପିଙ୍କୁ ସାମିଲ କରାଯାଇଛି । ସେହିପରି ୮ ଜଣ ଡିଏସପି ରାଙ୍କର ଅଧିକାରୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଏମାନଙ୍କ ବ୍ୟତୀତ ଓଡିଶା ପୋଲିସର ଅନ୍ୟ ୧୭ ଜଣ ଇନ୍ସପେକ୍ଟର, ୧୫ ଜଣ ସବ୍ ଇନ୍ସପେକ୍ଟର ଏବଂ ୫ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସକ୍ଟେର ପଦବୀର ଅଫିସରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଉତ୍କଳ ଦିବସ ଭଳି ଏକ ସମ୍ମାନଜନକ ଦିବସ ଅବସରରେ ଜଣେ ଓଡିଆ ଭାବରେ ଗର୍ବିତ ହେବା ପାଇଁ ଏହି ପୋଲିସ ଅଧିକାରୀମାନଙ୍କୁ ମିଳିବ ଏକ ସୁବର୍ଣ୍ଣ ସୁଯୋଗ ।

Breaking News