ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଂକ୍ରମଣ ମାର୍ଜିନାଲି ବଢିଛି, ଏବେବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି | ଏନେଇ ଗୁରୁବାର ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଖୋର୍ଦ୍ଧା, କଟକ, ବାଲେଶ୍ଵର, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାର କେସ୍ ଲୋଡ଼ ଅଧିକା ଅଛି । ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ପ୍ରଥମେ ଆରମ୍ଭ ହୋଇଥିବା କାରଣରୁ ସେଠି ଏବେ ସଂକ୍ରମଣ କମିଛି । ପୂର୍ବ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ପରେ ଆରମ୍ଭ ହେଉଥିଲା ସେଥିପାଇଁ ସେଠି ସଂଖ୍ୟା ଅଧିକା ଅଛି । ଦୁଇଟି ଷ୍ଟାଟେଜିକୁ ନେଇ ଆମେ କାମ କରୁଛୁ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗୋଟିଏ ହେଉଛି ପ୍ରଶାସନିକ ସ୍ତରରେ ଲକଡାଉନ୍ ଓ ସଟଡାଉନ୍ କଟକଣା । ଅନ୍ୟଟି ହେଉଛି ସର୍ଭେଲାନ୍ସ । ୨୪ ଘଣ୍ଟା ଭିତରେ ୬୯ ହଜାର ଟେଷ୍ଟିଂ ହୋଇଛି । କିନ୍ତୁ ସଂକ୍ରମଣ ହାର ନିୟନ୍ତ୍ରଣ ଭିତରେ ଅଛି । ବର୍ତ୍ତମାନ ସଂକ୍ରମଣ ନିମ୍ନଗାମୀ ସ୍ଥିତିରେ ଅଛି । ଖୁବ ଶୀଘ୍ର କମିବ ବୋଲି ଆଶା କରୁଛୁ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..