ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦିନ ଧରି ଦେଶବାସୀ କରୋନା ମହାମାରୀ ସହିତ ଲଢେଇ କରିଆସୁଛନ୍ତି | ଲହର ପରେ ଲହର ଭୟଙ୍କର ରୂପ ଧରି ମାଢି ଆସୁଛି କରୋନା | ତୃତୀୟ ଲହରକୁ ନେଇ ସମସ୍ତେ ଭୟବିତ୍ତ ରହିଛନ୍ତି | ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ବେଶି ପଡିନପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଆମେ ଭଲ ସ୍ଥିତିରେ ରହିବା ପରି ଲାଗୁଛି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ ଆହୁରି କହିଛନ୍ତି, ସେରୋ ସର୍ଭେ ରିପୋର୍ଟ ମଧ୍ୟ ବହୁତ ଭଲ ଆସିଛି॥ ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଭଲ ଆଣ୍ଟିବଡ଼ି ବିକଶିତ ହୋଇଛି । ହେଲ୍ଥ କେୟାର ଓ୍ୱାର୍କରଙ୍କର ୯୩ ପ୍ରତିଶତ, ସାଧାରଣ ଲୋକଙ୍କର ୭୩ ପ୍ରତିଶତ ଆଣ୍ଟିବଡ଼ି ବିକଶିତ ହୋଇଛି । ଟିକା ନେଇଥିବା ଲୋକଙ୍କର ବି ଭଲ ଆଣ୍ଟିବଡ଼ି ରହୁଥିବା ସର୍ଭେରୁ ଜଣାପଡିଛି । କୋଭିସିଲିଡ଼ ଓ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଏହା ବାଦ ଗ୍ରାମାଞ୍ଚଳରେ ବି ଭଲ ଆଣ୍ଟିବଡି ଡେଭଲପ ହୋଇଛି। ଏବେ ଯାହା ସଂକ୍ରମଣର ସ୍ଥିତି ରହିଛି ତାହା ନିୟନ୍ତ୍ରଣରେ ଅଛି । ମାତ୍ର ଏହା ପରେ ଆମେ ଖାମଖିଆଲ ହେବାନି ବୋଲି ସେ ପରାମର୍ଶ ଦେଇଛନ୍ତି। ସେହିପରି ଦ୍ୱିତୀୟ ଲହର ଭଳି କରୋନାର ତୃତୀୟ ଲହର ଏତେ ସାଂଘାତିକ ହେବନି ବୋଲି କହିଛନ୍ତି ବରିଷ୍ଠ ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କଙ୍ଗ। ଭାରତରେ କୋଭିଡ୍ ଏବେ ଏଣ୍ଡାମିକ୍ ଷ୍ଟେଜ୍ରେ ଅଛି । ତୃତୀୟ ଲହର କିଛି ସ୍ଥାନରେ ଛୋଟ ୱେଭ ଆକାରରେ ଆସିପାରେ। ଦ୍ୱିତୀୟ ଲହର ଭଳି ତୃତୀୟ ଲହରରେ କୋଭିଡ୍ ଗ୍ରାଫ ବଢିବ ନାହିଁ ବୋଲି ସେ କହିଛନ୍ତି। ଏମିତିକି କରୋନା ଭାଇରସର ନୂଆ ଭାରିଆଣ୍ଟ ମଧ୍ୟ ଆସିନପାରେ।
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ରେଳ ୱାଗନରୁ ୧୨ଟି ବୋମା ଜବତ…..
୧୨ ବର୍ଷୀୟ ନାବାଳିକା ଉପରେ ଚଢ଼ିଗଲା ମୋ ବସ……