ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରର ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିକୁ ନେଇ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନକୁ ଆଜି ବର୍ଷେ ପୁରିଛି। ଏକବର୍ଷ ପୂର୍ତ୍ତି ଅବସରରେ ଆଜି ‘ସଂଯୁକ୍ତ କିଷାନ୍ ମୋର୍ଚ୍ଚା’ ଭାରତ ବନ୍ଦ ଡାକରା ଦେଇଥିଲା | ଏହାର ପ୍ରଭାବ ସାରା ଭାରତରେ ଦେଖିବାକୁ ମିଳିଛି। ଭାରତ ବନ୍ଦ ସମୟରେ କୃଷି ଆଇନ ପ୍ରତ୍ୟାହାର ଦାବି ଆଗକୁ ଜାରି ରହିବ ବୋଲି କହିବା ସହ ଯୋଗୀ ସରକାର ନିଜର ପ୍ରତିଶ୍ରୁତି ପୂରଣ କରିନଥିବା କହିଛନ୍ତିି ‘ଭାରତୀୟ କିଷାନ୍ ୟୁନିୟନ୍’ର ନେତା ରାକେଶ ଟିକାୟତ। ସେ କହିଛନ୍ତିି ଯେ, ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଥିଲେ କି ସେ ଆଖୁ ମୂଲ୍ୟ ୩୭୫ରୁ ୪୫୦ଟଙ୍କାକୁ ବୃଦ୍ଧି କରିବେ। ହେଲେ ସେ ଏହାକୁ ମାତ୍ର ୨୫ଟଙ୍କାକୁ ବୃଦ୍ଧି କରିଛନ୍ତି। ସେ ଚାଷୀ ସମ୍ମୁଖୀନ ହୋଇଥିବା କ୍ଷତିର ହିସାବ ଦେବା ଉଚିତ୍। ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫସଲଗୁଡିକ ଏମଏସପି(ସର୍ବନିମ୍ନ ସମର୍ଥନ ମୂଲ୍ୟ) ହାରରେ ବିକ୍ରି ହେଉନାହିଁ | ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରିପୋର୍ଟ ଅନୁସାରେ, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଶାହାବାଦ୍ରେ ପ୍ରତିବାଦକାରୀ କୃଷକମାନେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥ ଅବରୋଧ କରିଥିଲେ। କୃଷକମାନଙ୍କ ପ୍ରତିବାଦ ହେତୁ, ଉତ୍ତର ପ୍ରଦେଶରୁ ଦିଲ୍ଲୀର ଗାଜିପୁର ସୀମାନ୍ତକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଲାଲ୍ କିଲ୍ଲାର ଦୁଇଟି ‘କ୍ୟାରେଜ୍ୱେ’ ବନ୍ଦ ରହିଥିଲା। ସେହିପରି, ‘ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍’ ପଣ୍ଡିତ ଶ୍ରୀରାମ ଶର୍ମା ମେଟ୍ରୋ ଷ୍ଟେସନ୍ର ପ୍ରବେଶ ଓ ପ୍ରସ୍ଥାନ ଫାଟକ ବନ୍ଦ ରଖାଯାଇଥିଲା।






More Stories
ବ୍ରିଜଭୂଷଣ ସିଂହ ଦୋଷମୁକ୍ତ…..
‘ଯଦି ଇଥାନଲ ନଥାନ୍ତା,ପେଟ୍ରୋଲ ଲିଟର ୧୨୫…..
ଛାତ୍ରଛାତ୍ରୀଙ୍କୁ କ୍ଷମା ଦେଲେ ପ୍ରଧାନମନ୍ତ୍ରୀ……