ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ମହାମାରୀ ଦ୍ଵିତୀୟ ଲହର ପ୍ରକୋପ ଜାରିରହିଥିବା ବେଳେ କରୋନାର ତୃତୀୟ ଲହାର ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଏହି ସମୟରେ ଘାତକ ସାଜିଛି ବ୍ଲାକ୍ଫଙ୍ଗସ ମାହାରୀ | ରାଜ୍ୟରେ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୮ ଜଣ ବ୍ଲାକ୍ଫଙ୍ଗସ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍ଫଙ୍ଗସ୍ କେସ୍ ସାମ୍ନାକୁ ଆସୁଛି। ବ୍ଲାକ୍ଫଙ୍ଗସ୍ ନେଇ ଏତେ ଭୟଙ୍କର ଅବସ୍ଥା ରାଜ୍ୟରେ ଏବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଉପରେ ପ୍ରତିକ୍ରିୟା ରଖି ଜନସସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀରୁ ଏବେ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ରାଜ୍ୟର ଅନ୍ୟ କୈଣସି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବା ସେ କହିଛନ୍ତି। ସେପଟେ, ଗୋଟିଏ ପଟେ କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଏବେ ଆଉ ଏକ ଚିନ୍ତାର କାରଣ ପାଲଟିଛି । ଏହି ବ୍ଲାକ୍ ଫଙ୍ଗସ୍ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଫଙ୍ଗଲ୍ ଇନ୍ଫେକ୍ସନକୁ ଏହାର ରଙ୍ଗ ନାଁରେ ନାମିତ କରିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ସେ ଆହୁରି କହିଛନ୍ତି ଯେ, ଇନ୍ଫେକ୍ସନ ଯେଉଁ ସ୍ଥାନରେ ହୋଇଥାଏ ତାକୁ ନେଇ ଏହା ରଙ୍ଗ ବଦଳାଇଥାଏ । ସେ କହିଛନ୍ତି ଯେ, ବ୍ଲାକ୍ ଫଙ୍ଗସ୍ ଏକ ଭିନ୍ନ ପରିବାର । ଏହାର ନାମ ମ୍ୟୁକର ମାଇକୋସିସ୍ ସହିତ ଜୋଡ଼ାଗଲା, କାରଣ ଏହା ହ୍ୱାଇଟ୍ ଫଙ୍ଗଲ୍ କଲୋନୀ ସହିତ ବ୍ଲାକ୍ ଚିହ୍ନ ମଧ୍ୟ ଦେଖାଇଥାଏ । ସେଥିପାଇଁ ଏହାକୁ ସାଧାରଣତଃ ବ୍ଲାକ୍ ଫଙ୍ଗସ୍ ବୋଲି କୁହାଗଲା । ବର୍ତ୍ତମାନ ସମୟରେ ରୋଗୀଙ୍କଠାରେ ଦେଖାଯାଉଥିବା ଫଙ୍ଗଲ୍ ଇନ୍ଫେକ୍ସନ ହେଉଛି ମ୍ୟୁକର ମାଇକୋସିସ୍, କ୍ୟାଣ୍ଡିଡା ଏବଂ ଆସପର୍ଜିଲସ୍ । ଏମାନଙ୍କ ମଧ୍ୟରେ ମ୍ୟୁକର ମାଇକୋସିସ୍ ଅଧିକ ପରିମାଣରେ ରହିଛି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନଙ୍କ କ୍ଷେତ୍ରରେ ଅଧିକ କ୍ୟାଣ୍ଡିଡା, ଆସପର୍ଜିଲସ୍ କିମ୍ବା ମ୍ୟୁକର ମାଇକୋସିସ୍ ଦେଖାଯାଇଥାଏ ।
More Stories
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….