Report Card Odisha

| Daily Odia News

ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉତ୍କର୍ଷ ଓଡ଼ିଶା ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ| ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି | ୭ ମାସ ମଧ୍ୟରେ ୫ ଥର ଓଡ଼ିଶା ଗସ୍ତ କରିଛନ୍ତି | ଏହା ହିଁ ଆପଣଙ୍କ ଓଡ଼ିଶା ପ୍ରତି ଆପଣଙ୍କ ଭଲ ପାଇବା | ସବୁ ଗସ୍ତରେ ଆପଣ ଓଡ଼ିଶାକୁ କିଛି ନା କିଛି ଉପହାର ଆଣିକରି ଆସିଥାନ୍ତି ଏବଂ ଆଜି ତ ଆମ ପାଇଁ ବିଶେଷ ମୁହୂର୍ତ୍ତ | ଆଜି ଯେଉଁ ଉପହାର ଆଣି କି ଆସିଛନ୍ତି ତାହା ଆମ ରାଜ୍ୟର ଓଡ଼ିଶାର ଦିଶା ବଦଳାଇ ଦେବ | ପୂର୍ବୋଦୟ ଢାଞ୍ଚାର ଆଜି ଶୁଭାରମ୍ଭ ହେବାକୁ ଯାଉଛି | ସେଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ | ଆପଣଙ୍କ ଉପସ୍ଥିତି ପୁଞ୍ଜି ନିବେଶକାରୀଙ୍କ ମନବଳ ବଢାଇବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ ଦେଇ କହିଛନ୍ତି, ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ | ଏହା ପ୍ରକୃଷ୍ଟ ସମୟ | ଆପଣଙ୍କୁ ଓଡ଼ିଶା ସ୍ୱାଗତ କରୁଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ। ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା। ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି | ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ।ମାଲକାନଗିରି, ରାୟଗଡ଼ା, କେନ୍ଦୁଝରରେ ଫୁଡ ପ୍ରସେସିଂ ପାଇଁ ସମ୍ଭାବନା ରହିଛି।ସ୍କିଲଡ ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ। ଏଣେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ ଦେଇ କହିଛନ୍ତି, ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ | ଏହା ପ୍ରକୃଷ୍ଟ ସମୟ | ଆପଣଙ୍କୁ ଓଡ଼ିଶା ସ୍ୱାଗତ କରୁଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ। ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା। ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି | ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ।ମାଲକାନଗିରି, ରାୟଗଡ଼ା, କେନ୍ଦୁଝରରେ ଫୁଡ଼ ପ୍ରସେସିଂ ପାଇଁ ସମ୍ଭାବନା ରହିଛି।ସ୍କିଲଡ ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ।

Breaking News