ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟପାଳ ପଦବୀ ଆଳଙ୍କାରିକ ବା ରାଜନୈତିକ ନୁହେଁ ବୋଲି ମତ ଦେଇଛନ୍ତି ହ ବିଦାୟୀ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ | ଏହା ସହିତ ରାଜ୍ୟପାଳମାନଙ୍କୁ ରାଜ୍ୟର ମାର୍ଗଦର୍ଶକ ଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥି ସହ ସରକାରୀ ପାଣ୍ଠିରେ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ଯେପରି ରାଜ୍ୟ ସରକାର ଠିକ୍ଭାବେ କାର୍ଯ୍ୟକାରୀ କରନ୍ତି ତାହା ଦେଖିବା ପାଇଁ ମଧ୍ୟ ନାଇଡ଼ୁ କହିଥିଲେ। ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକମାନଙ୍କ ପାଇଁ ନିଜ ବାସଭବନରେ ଆୟୋଜନ କରିଥିବା ମଧ୍ୟାହ୍ନଭୋଜନରେ ଅତିଥିମାନଙ୍କୁ ଆପ୍ୟାୟିତ କରିବା ସହ ଆଉ ମାସକ ପରେ ଉପରାଷ୍ଟ୍ରପତି ପଦରୁ ବିଦାୟ ନେବାକୁ ଯାଉଥିବା ଭେଙ୍କୟା ନାଇଡ଼ୁ କହିଥିଲେ ଯେ ରାଜ୍ୟପାଳମାନେ କୁଳାଧିପତି ଭାବେ ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକୁ ବାରମ୍ବାର ଭ୍ରମଣ କରିବା ଉଚିତ। ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ, ପ୍ରଫେସର ଓ କର୍ମଚାରୀମାନଙ୍କ ସହ କଥାବାର୍ତ୍ତା କରିବା ଉଚିତ। ଜାତୀୟ ଶିକ୍ଷାନୀତି ୨୦୨୦ ଯେପରି ଠିକ୍ଭାବେ କାର୍ଯ୍ୟକାରୀ ହୁଏ ତାହା ଦେଖିବା ପାଇଁ ମଧ୍ୟ ସେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..