ରିପୋର୍ଟ କାର୍ଡ / ଭୁବନେଶ୍ୱର
୩ ଦିନ ଯାଏଁ ହେଡ୍ କ୍ଵାଟରର୍ସ ଛାଡି ଯାଇପାରିବେନି ସରକାରୀ କର୍ମଚାରୀ। ଛୁଟି ଦିନରେ ବି ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଛି। ଆବଶ୍ୟକ ପଡିଲେ ସଟ୍ ନୋଟିସ୍ ରେ ତୁରନ୍ତ ଅଫିସ ରେ ହାଜର ହେବାକୁ ପଡିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ସେପ୍ଟେମ୍ବର ୧୪ରୁ ୧୬ ତାରିଖ ଅର୍ଥାତ୍ ଆଜିଠାରୁ ସେପ୍ଟେମ୍ବର ୧୬ ତାରିଖ ଯାଏଁ କୌଣସି ସରକାରୀ ଅଧିକାରୀ ହେଡ୍ କ୍ଵାଟର୍ସ ଛାଡି ଯାଇପାରିବେ ନାହିଁ ବୋଲି ନିର୍ଦେଶ ରହିଛି। ଆଜି ମାସର ଦ୍ଵିତୀୟ ଶନିବାର ହୋଇଥିବାବେଳେ କାଲି ରବିବାର ଏବଂ ସୋମବାର ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ଥିବାରୁ ସରକାରୀ ଛୁଟି ରହିଛି। ଏହା ସତ୍ବେ ମଧ୍ୟ ଛୁଟି ଦିନରେ ବି ହେଡକ୍ଵାଟର୍ସ ଛାଡି ନଯିବା ଲାଗି ସରକାରୀ ଅଧିକାରୀ ମାନଙ୍କୁ ନିର୍ଦେଶ ରହିଛି। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଥିବାବେଳେ ପିଏମଙ୍କ ଗସ୍ତକୁ ନଜରରେ ରଖି ଏଭଳି ନିର୍ଦେଶ ହୋଇଥିବା ଚର୍ଚ୍ଚା ହେଉଛି।
More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ….
ବିମାନ ଦୁର୍ଘଟଣା,୧୦ ମୃତ୍ୟୁ…..
ଆସୁଛି ଆଉ ଏକ ଲଘୁଚାପ,୨୪ରୁ ବର୍ଷା…..