ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂତନ ସଂସଦ ଭବନ ଉଦଘାଟନ କରିବାକୁ ନେଇ ବିରୋଧୀଙ୍କ ଆପତ୍ତି ମଧ୍ୟରେ ଆସନ୍ତା ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଏସଂପର୍କରେ ସଂସଦ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ନିମନ୍ତ୍ରଣପତ୍ରରୁ ଜଣାପଡିଛି | ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଉଦାଘାଟନୀ ସମାରୋହରେ ଯୋଗଦେଇ ନୂତନ ସଂସଦ ଭବନକୁ ଭାବେ ଉଦଘାଟନ କରିବେ। ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହ ସାଂସଦଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ନୂତନ ସଂସଦ ଭବନ ଉଦ୍ଘାଟନୀ ସମାରୋହର ନିମନ୍ତ୍ରଣ ପଠାଇଛନ୍ତି। ୨୮ ତାରିଖ ମଧ୍ୟାହ୍ନ ୧୨ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..