ପୁରୀ :ଆଜି ପବିତ୍ର ମାଘ ମାସ ପୂର୍ଣ୍ଣିମା । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ସମ୍ପନ୍ନ ହେବ । ଆଜି ମହାପ୍ରଭୂଙ୍କ ଗଜଉଦ୍ଧାରଣ ବେଶ । ରତ୍ନସିଂହାସନରେ ଗଜଉଦ୍ଧାରଣ ବେଶରେ ବିଭୂଷିତ ହେବେ ମହାପ୍ରଭୁ । ଗରୁଡ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଚତୁଃ ହସ୍ତ ରୂପରେ ଦର୍ଶନ ଦେବେ । ଏହାସହ ସ୍ୱତନ୍ତ୍ର ଖିରୀ ସହ ବିଭିନ୍ନ ପ୍ରକାର ଭୋଗ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ ।
ପବିତ୍ର ମାଘ ମାସ ପୂର୍ଣ୍ଣିମା : ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ

More Stories
ଆଜି ମହାପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ……
ଶୁଭ ଫଳ ପାଇବେ……
ଭବିଷ୍ୟତ ଉଜ୍ଜ୍ବଳମୟ ହେବ……