Report Card Odisha

| Daily Odia News

ଆଜିଠାରୁ ଓଜେଇଇ ୱେବ୍ କାଉନସେଲିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଓଜେଇଇ ୱେବ୍ କାଉନସେଲିଂ ଆରମ୍ଭ ହୋଇଛି । ବିଜ୍ଞପ୍ତି ଅନୂଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ ବି.ଟେକ୍, ବି.ଆର୍କ, ବି.ପ୍ଲାନ୍, ବି.କ୍ୟାଟ୍, ଇଣ୍ଟିଗ୍ରେଟେଡ୍ ଏମ.ଏସସି ପାଇଁ କାଉନସେଲିଂ କରାଯିବ । କାଉନସେଲିଂ ର ସମସ୍ତ ପ୍ରକ୍ରିୟା www.ojee.nic.in ଏବଂ www.odishajee.com ରେ ବିସ୍ତୃତ ବିବରଣୀ ପାଇପାରିବେ । ସୂଚନା ଅନୁସାରେ- ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ପରୀକ୍ଷା।

 

Breaking News