ରିପୋର୍ଟ କାର୍ଡ / ପାଟଣା
ବିହାରରେ ମୋତିହାରି ସିକରହନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଥିବା ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ନିଖୋଜ ଯାତ୍ରୀମାନଙ୍କୁ ଯୁଦ୍ଧକାଳୀନଭିତ୍ତିରେ ଖୋଜାଖୋଜି ଜାରି ରଖିଛନ୍ତି। ସୂଚନା ମୁତାବକ, ଏହି ଦୁର୍ଘଟଣା ଶିକାରଗଞ୍ଜ ଥାନା ଗୋଢ଼ିଆ ଗ୍ରାମରେ ହୋଇଛି। ଏଠାରେ ମଝି ନଦୀରେ ଡଙ୍ଗା ଓଲଟି ପଡ଼ିବା ହେତୁ ୨୨ ଜଣ ଯାତ୍ରୀ ପାଣି ଭିତରେ ବୁଡ଼ି ଯାଇଥିଲେ।। ସ୍ଥାନୀୟଲୋକଙ୍କ କହିବାନୁସାରେ ଏହି ଡଙ୍ଗାରେ ପାଖାପାଖି ୨୦ରୁ ୨୫ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ମଝି ନଦୀରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହେଇଛି। ସେପଟେ ଚାରି ଜଣ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..