ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖିରିଖିଆ ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବର୍ଜୁ ବଦରା। ଏହି ଘଟଣାରେ ବଡ଼ ଭାଇକୁ ଅଟକ ରଖିଛି ପୋଲିସ । ବର୍ଜୁ ମଦ ପିଇ ଆସି ନିଜ ସ୍ତ୍ରୀ ସହ ଝଗଡ଼ା କରିବା ସହ ମାରପିଟ୍ କରୁଥିଲା। ସାନ ଭାଇ ସ୍ତ୍ରୀର ଚିତ୍କାର ଶୁଣି ବଡ଼ ଭାଇ ଦୌଡ଼ି ଯାଇଥିଲେ। ମାରପିଟ୍ ନ କରିବା ପାଇଁ ସାନ ଭାଇକୁ କହିଥିଲେ। ହେଲେ ସାନ ଭାଇ ବଡ଼ ଭାଇର କଥା ଶୁଣିନଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ବଡ଼ ଭାଇ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ର ଆଣି ସାନ ଭାଇକୁ ହାଣି ଦେଇଥିଲା। ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଛି। ଗୁରୁଡିଝାଟିଆ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।






More Stories
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..