Report Card Odisha

| Daily Odia News

କ୍ଷୀର ଦର ବୃଦ୍ଧି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପୁଣି ଓମ୍‌ଫେଡ କ୍ଷୀର ଦର ବୃଦ୍ଧି ହୋଇଛି । ଆସନ୍ତା ୨୧ ତାରିଖରୁ କ୍ଷୀର ଲିଟର ପ୍ରତି କମ୍ପାନୀ ୨ଟଙ୍କା ବୃଦ୍ଧି କରିବ ବୋଲି କହିଛି । ପ୍ୟାକେଜିଂ, ପରିବହନ, ଗାଈ ଦାନା ଓ ବିଜୁଳି ଆଦିର ଦାମ୍‌ ବୃଦ୍ଧି ପାଇଛି । ଯାହାକୁ ଦୃଷ୍ଟିରେ ରଖି କ୍ଷୀରର ଦାମ୍‌ ବୃଦ୍ଧି କରାଯାଇଛି ବୋଲି ଓମ୍‌ଫେଡ ପକ୍ଷରୁ କୁହାଯାଇଛି । ଏନେଇ ଓମ୍‌ଫେଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ କମ୍ପାନୀ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଥିବା କହିଛି । ତାହାସହ କମ୍ପାନୀ ପକ୍ଷରୁ ଆହୁରୀ ଏକ ବଡ଼ ସୂଚନା ଦିଆଯାଇଛି । ଓମ୍‌ଫେଡ କହିଛି ଆସନ୍ତା ୨୧ ତାରିଖରୁ କଟକ, ଭୁବନେଶ୍ୱର ଓ ପୁରୀରେ ନୂତନ ପ୍ରକାରର କ୍ଷୀର ବିକ୍ରି କରାଯିବ ।

Breaking News