ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପୁଣି ଓମ୍ଫେଡ କ୍ଷୀର ଦର ବୃଦ୍ଧି ହୋଇଛି । ଆସନ୍ତା ୨୧ ତାରିଖରୁ କ୍ଷୀର ଲିଟର ପ୍ରତି କମ୍ପାନୀ ୨ଟଙ୍କା ବୃଦ୍ଧି କରିବ ବୋଲି କହିଛି । ପ୍ୟାକେଜିଂ, ପରିବହନ, ଗାଈ ଦାନା ଓ ବିଜୁଳି ଆଦିର ଦାମ୍ ବୃଦ୍ଧି ପାଇଛି । ଯାହାକୁ ଦୃଷ୍ଟିରେ ରଖି କ୍ଷୀରର ଦାମ୍ ବୃଦ୍ଧି କରାଯାଇଛି ବୋଲି ଓମ୍ଫେଡ ପକ୍ଷରୁ କୁହାଯାଇଛି । ଏନେଇ ଓମ୍ଫେଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ କମ୍ପାନୀ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଥିବା କହିଛି । ତାହାସହ କମ୍ପାନୀ ପକ୍ଷରୁ ଆହୁରୀ ଏକ ବଡ଼ ସୂଚନା ଦିଆଯାଇଛି । ଓମ୍ଫେଡ କହିଛି ଆସନ୍ତା ୨୧ ତାରିଖରୁ କଟକ, ଭୁବନେଶ୍ୱର ଓ ପୁରୀରେ ନୂତନ ପ୍ରକାରର କ୍ଷୀର ବିକ୍ରି କରାଯିବ ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..