ରିପୋର୍ଟ କାର୍ଡ / ହାଇଦ୍ରାବାଦ
ଦେଶରେ ଓମିକ୍ରନ୍ ସଂକ୍ରମଣ ବଢ଼ିବା ଯୋଗୁ ଲୋକଙ୍କ ଭୟ ବଢ଼ିଛି। ଏବେ ଦେଶରେ ବୁଷ୍ଟର ଡୋଜ୍ ପାଇଁ ସରକାରୀ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲେ ସୁଦ୍ଧା ଲୋକମାନେ ବେଆଇନ ଭାବେ ବୁଷ୍ଟର ଡୋଜ୍ ନେବା ଆରମ୍ଭ କରିଛନ୍ତି। ତେବେ ବୁଷ୍ଟରକୁ ନେଇ କୌଣସି ଜାତୀୟ ନୀତି ଜାରି ହେବା ପୂର୍ବରୁ ଲୋକମାନେ ମନକୁ ମନ ବୁଷ୍ଟର ଡୋଜ୍ ନେବା ସଂକ୍ରାନ୍ତରେ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଲଗାତାର ଅନୁରୋଧ ପରେ ଡାକ୍ତରମାନେ କିଛି ଲୋକଙ୍କୁ କୋଭିସିଲ୍ଡ ଏବଂ କୋଭାକ୍ସିନ ପରେ ବୁଷ୍ଟର ଡୋଜ୍ ଦେଇଥିବା କହିଛନ୍ତି। କିଛି ଲୋକ ମଧ୍ୟ କକ୍ଟେଲ ନେଇଛନ୍ତି। ଏଭଳି କ୍ଷେତ୍ରରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ କୋଭିସିଲ୍ଡ ଏବଂ କୋଭାକ୍ସିନର ୨ଟି ଡୋଜ୍ ନେବାପରେ ସ୍ପୁଟନିକ୍ ଭି’ର ଗୋଟିଏ ଡୋଜ୍ ନେଇଛନ୍ତି। ଏକ ହସ୍ପିଟାଲ୍ ସୂଚନାନୁଯାୟୀ ବୁଷ୍ଟର ଡୋଜ୍ ନେବା ତାଲିକାରେ ସବୁଠୁ ଆଗରେ ରହିଛନ୍ତି ରାଜନେତା, ସ୍ବାସ୍ଥ୍ୟକର୍ମୀ, ପୁଲିସ ଏବଂ ବ୍ୟବସାୟୀ। ଦିଲ୍ଲୀରେ ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଅଧିକାଂଶ ଲୋକ ଟିକାକରଣ ପ୍ରକ୍ରିୟା ଶେଷ କରିବାପରେ କେବଳ ଗୋଟିଏ ବୁଷ୍ଟର ଡୋଜ୍ ନେଇଛନ୍ତି। କିନ୍ତୁ ବିଶେଷଜ୍ଞମାନେ ସଚେତନ କରାଇଛନ୍ତ। ବିଶେଷଜ୍ଞମାନେ କହିଛନ୍ତି, ଏହାଦ୍ବାରା ସ୍ବାସ୍ଥ୍ୟ ଉପରେ ଅତି ଖରାପ୍ ପ୍ରଭାବ ପଡ଼ିବ। ଏମ୍ସର ଗଣ ଔଷଧ ବିଭାଗ ପ୍ରଫେସର ଡାକ୍ତର ସଂଜୟ ରାୟ କହିଛନ୍ତି, ଓମିକ୍ରନ ବିରୋଧରେ ବୁଷ୍ଟର ସାହାଯ୍ୟ କରିପାରିବ କି ନା’ ସେନେଇ କୌଣସି ପ୍ରମାଣ ନାହିଁ। ଆଣ୍ଟିବଡି ବୃଦ୍ଧି ହେବା ଦ୍ବାରା କେବଳ ଭାଇରସ୍ କବଳରୁ ସୁରକ୍ଷା ମିଳୁନାହିଁ। ଭୁଲ୍ ସୂଚନା ପାଇଥିବା ଲୋକମାନେ ବୁଷ୍ଟର ଡୋଜ୍ ନେଉଛନ୍ତି। ଅଧିକାଂଶ ହସ୍ପିଟାଲ୍ ଏବଂ କମ୍ପାନି ସେମାନଙ୍କ ଷ୍ଟକ୍ର ଏକ୍ସପାଇରି ଶେଷ ହେବା ପୂର୍ବରୁ ଏହାକୁ ଖାଲି କରିବାକୁ ଚାହିଛନ୍ତି। ତେବେ ବିଦେଶରେ ବୁଷ୍ଟର ଡୋଜ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଭାରତରେ ଏଯାବତ ଆରମ୍ଭ ହୋଇନାହିଁ।






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..