ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ କୁ ନେଇ ସମସ୍ତେ ଭୟବିତ୍ତ ରହିଛନ୍ତି | କିନ୍ତୁ ଏହା ପିଲାଙ୍କ ପାଇଁ ବିପଜ୍ଜନକ ନୁହେଁ। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଦ୍ୱାରା କୌଣସି ପିଲା ଗୁରୁତର ହେବା ଘଟଣା ସାମ୍ନାକୁ ଆସିନାହିଁ । ଯଦି ବି କୌଣସି ପିଲା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସୁସ୍ଥ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ । ଏହା ମଧ୍ୟ କହିଛନ୍ତି କି ଓମିକ୍ରନ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ସାମ୍ନାକୁ ଆସିନାହିଁ । ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି, ୮୦ରୁ ୯୫ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଇନି । କାରଣ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ତଥା ଇମ୍ୟୁନିଟି ଶକ୍ତି ଯଥେଷ୍ଟ ଥାଏ । କେବଳ ସେତିକି ନୁହେଁ, ପିଲାଙ୍କ ପାଖରେ ବହୁବିଧ ରୋଗ ବି ନଥାଏ । ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି। ଏଥିସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ସେ କହିଛନ୍ତି, ୧୨ରୁ ୧୫ ବର୍ଷର ପିଲାଙ୍କୁ ଆସନ୍ତା ମାସରୁ ଟିକାକରଣ କରାଯିବ। ଜାଇକୋଭ୍-ଡି ଟିକା ଏହି ବର୍ଗର ପିଲାଙ୍କୁ ଦିଆଯିବ । ଏନେଇ ପାଇଲଟ ପ୍ରୋଜେକ୍ଟରେ ୭ଟି ରାଜ୍ୟକୁ ଅନୁମତି ମିଳିଛି । ଓଡ଼ିଶାକୁ ବି ଖୁବଶୀଘ୍ର ଅନୁମତି ମିଳିବ। ସେହିପରି ICMR ଗାଇଡଲାଇନ୍ସ ଅନୁଯାୟୀ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କର କୌଣସି ଆବଶ୍ୟକ ନାହିଁ । ତେବେ ୫ରୁ ୧୨ ବର୍ଷ ପିଲା ଅଭିଭାବକଙ୍କ ତଦାରଖରେ ମାସ୍କ ପିନ୍ଧିବେ । ଅସ୍ୱସ୍ତିକର ଅନୁଭବ କଲେ କାଢ଼ି ଦେଇପାରିବେ । କିନ୍ତୁ ୧୨ ବର୍ଷରୁ ଅଧିକ ବୟସର ପିଲା ଭଲ ଭାବେ ମାସ୍କ ପିନ୍ଧିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ସୁନୀଲ ଅଗ୍ରୱାଲ୍ ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….