Report Card Odisha

| Daily Odia News

ଶଯ୍ୟା, ଅମ୍ଳଜାନ ଓ ଔଷଧ ମହଜୁଦ ରଖିବା ପାଇଁ କେନ୍ଦ୍ରର ଗୁରୁତ୍ବ…..

EDS PLS TAKE NOTE OF THIS PTI PICK OF THE DAY::: New Delhi: Crowded Sarojini Nagar market amid rising cases of Omicron variant of COVID-19 in New Delhi, Saturday, Dec 25, 2021. (PTI Photo/Arun Sharma) (PTI12_25_2021_000143B)(PTI12_25_2021_000164B)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ସହ ଓମିକ୍ରନ୍‌ ସଂକ୍ରମଣ ବଢିଚାଲିଛି । ଦେଶରେ ଶନିବାର ସକାଳ ସୁଦ୍ଧା କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ୨୨ ହଜାର ଅତିକ୍ରମ କରିଥିଲାବେଳେ ଓମିକ୍ରନ୍‌ ୧୪୦୦ ଅତିକ୍ରମ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ମୋଟ ୨୨ହଜାର ୭୭୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଅକ୍ଟୋବର ୬ ପରଠାରୁ ସର୍ବାଧିକ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ୨୭୧୬ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୪୦୬ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରେ କେବଳ କେରଳର ୩୫୩ ବୋଲି କୁହାଯାଇଛି। ଅପରପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ୧୬୧ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୪୩୧ଜଣ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଶନିବାର ୧୫ରୁ ୧୮ ବର୍ଷର କିଶୋରଙ୍କ ଟିକାକରଣ ପାଇଁ ପଞ୍ଜୀକରକଣ ଆରମ୍ଭ ହୋଇଛି। କୋୱିନ୍‌ ପୋର୍ଟାଲ ମାଧ୍ୟମରେ ଏହା ଜାରି ରହିଛି। କିଶୋରମାନେ ସୁରକ୍ଷିତ ରହିଲେ ଦେଶର ଭବିଷ୍ୟତ ସୁରକ୍ଷିତ ବୋଲି ଏହି ପରିପ୍ରେକ୍ଷୀରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଶନିବାର ବିଭିନ୍ନ ରାଜ୍ୟ ସରକାରଙ୍କୁ ଉତ୍ସର୍ଗୀକୃତ ଅସ୍ଥାୟୀ ଡାକ୍ତରଖାନା, ନିୟନ୍ତ୍ରଣ କକ୍ଷ ସମେତ ଅନ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ସମ୍ପର୍କିତ ନୂଆ ମାର୍ଗଦର୍ଶିକା ତଥା ଉପଦେଶାବଳୀ ଜାରି କରି କହିଛନ୍ତି ଯେ ରାଜ୍ୟଗୁଡ଼ିକ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଓ ଔଷଧ ଆଦି ମହଜୁଦ ରଖିବା ସହିତ ଶିଶୁ ଚିକିତ୍ସା କେନ୍ଦ୍ର ଉପରେ ସେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସଂକ୍ରମଣ ବୃଦ୍ଧି ପାଉଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରାମର୍ଶ ଦେଇଛନ୍ତି । ମହାରାଷ୍ଟ୍ରରେ ସଂକ୍ରମଣ ଚିନ୍ତାଜନକ ଥିବାବେଳେ ସରକାର ଏହାର ନିୟନ୍ତ୍ରଣ ପାଇଁ ନାନା ପଦକ୍ଷେପ ନେଉଛନ୍ତି; କିନ୍ତୁ ବିସ୍ମୟର ବିଷୟ ହେଉଛି; ରାଜ୍ୟ ମନ୍ତ୍ରିମଣ୍ଡଳର ୧୦ ସଦସ୍ୟ ଓ ୨୦ ବିଧାୟକ ଏବେ କରୋନା ସଂକ୍ରମିତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସୂଚନାନୁଯାୟୀ,ଶନିବାର ସୁଦ୍ଧା ଏତିକି ଚିହ୍ନଟ ହୋଇଛନ୍ତି। ଏବେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ସେମାନେ ଓମିକ୍ରନ୍‌ ସଂକ୍ରମିତ କି ନାହିଁ ତାହା ଜଣାପଡ଼ି ନାହିଁ। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଅଜିତ ସତର୍କ କରାଇ ଦେଇଛନ୍ତି। ଶନିବାର ସୁଦ୍ଧା ଗତ ୨୪ଘଣ୍ଟାରେ ରାଜ୍ୟରେ ୮୦୬୭ ନୂଆ କରୋନା ଓ ୪ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Breaking News