ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୨କୁ ବୃଦ୍ଧିପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିଲ୍ଲୀ ୩୮୨, କେରଳ ୧୮୫, ରାଜସ୍ଥାନ ୧୭୪ ଏବଂ ଗୁଜରାଟରେ ୧୫୨ ଜଣ ଚିହ୍ନଟ ହୋଇଛନ୍ତି। ତାମିଲନାଡୁରେ ୧୨୧, ତେଲେଙ୍ଗାନା ୬୭, କର୍ଣ୍ଣାଟକ ୬୪, ହରିଆଣା ୬୩, ଓଡ଼ିଶାରେ ୩୭ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗରେ ୨୦, ଆନ୍ଧ୍ରପ୍ରଦେଶ ୧୭, ମଧ୍ୟପ୍ରଦେଶ ୯, ଉତ୍ତର ପ୍ରଦେଶ ୮, ଉତ୍ତରାଖଣ୍ଡ ୮, ଗୋଆ ୫, ଚଣ୍ଡିଗଡ ୩, ଜମ୍ମୁ କାଶ୍ମୀର ୩, ଆଣ୍ଡାମାନ ନିକୋବର ୨, ହିମାଚଳପ୍ରଦେଶ ୧, ଲଦାଖ ୧, ମଣିପୁର ୧ ଓ ପଞ୍ଜାବରେ ଜଣେ ଓମିକ୍ରନ ପ୍ରକରଣରେ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ଏହି ପ୍ରକରଣରେ ଆକ୍ରାନ୍ତଙ୍କ ମଧ୍ୟରୁ ୭୬୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..