ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଦାନି-ହିଣ୍ଡେନ୍ବର୍ଗ ବିବାଦ ବିଷୟରେ ସୁପ୍ରିମ୍ କୋର୍ଟଙ୍କୁ ମୁଁ କିଛି କହିବି ବୋଲି ଆପଣମାନେ ଆଶା ନ କରିବା ଉଚିତ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଆଜି ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବୋର୍ଡ’ର ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକମାନଙ୍କୁ କହିଛନ୍ତି | ଏହାମଧ୍ୟ କହିଛନ୍ତିକି ଭାରତୀୟ ନିୟନ୍ତ୍ରକମାନେ ଭାରି ଅଭିଜ୍ଞ ଏବଂ ସେମାନେ ସେମାନଙ୍କ କ୍ଷେତ୍ରରେ ପାରଙ୍ଗମ। ନିୟନ୍ତ୍ରକମାନେ ଏ ବିଷୟରେ ବିଚାର କରିବେ। କେବଳ ଏବେ ନୁହେଁ, ସଦାସର୍ବଦା ସେମାନେ ସତର୍କ ଥାଆନ୍ତି। ତେଣୁ, ଏ ଦାୟିତ୍ବ ମୁଁ ସେମାନଙ୍କ ଉପରେ ନ୍ୟସ୍ତ କରିବି। ତେଣୁ, ଅଦାଲତରେ ମୁଁ କ’ଣ କହିବି ମୋଠାରୁ ଆପଣମାନେ ତା’ର ପ୍ରତ୍ୟାଶା ନ କରିବା ଉଚିତ। ଆଦାନି ବିବାଦରେ ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ି ଦାଏର କରାଯାଇଥିବା ଏକ ପିଟିସନ୍ର ଶୁଣାଣି କରି ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଲେ, ଆମେ ହସ୍ତକ୍ଷେପ କଲେ କ’ଣ ଭବିଷ୍ୟତରେ ଆଉ ଏଭଳି ନ ଘଟିବା ପାଇଁ କୌଣସି ଉପାୟ କରିପାରିବୁ? ନୀତି ବା ଯୋଜନା ବିଷୟରେ ହସ୍ତକ୍ଷେପ କରିବାକୁ ଆମେ ଚାହୁଁନା। ତାହା ସରକାରଙ୍କ ନିମନ୍ତେ ଉଦ୍ଦିଷ୍ଟ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..