ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ବିଜେପି ‘ଏକ୍ସ’ ହ୍ୟାଣ୍ଡେଲରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ଆଇଏଏସଙ୍କ ଏକ ବିକୃତ ଫଟୋ ପୋଷ୍ଟ କରିବା ପରେ ସବୁ ମହଲରୁ ସମାଲୋଚନା କରାଯାଉଛି।ସୂଚନା ଅନୁଯାୟୀ, ଓଡିଶା ବିଜେପି ନିଜ ଏକ୍ସ ହ୍ୟାଣ୍ଡେଲ ରେ ଚଳିତ ମାସ ୧୨ ତାରିଖରେ ର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଏକ ବିକୃତ ଫଟୋ ସହ ପୂର୍ବତନ ଆଇଏଏସ ଭି କେ ପାଣ୍ଡିଆନଙ୍କ ବିକୃତ ଫଟୋ ପୋଷ୍ଟ କରାଯାଇଥିଲା। ସେଥିରେ ଲେଖା ଯାଇଛି, ‘୨୦୧୫ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ।’ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁକ୍ତ ମତ ଉପସ୍ଥାପନ କରିବା ଓ ଅନ୍ୟକୁ ସମାଲୋଚନା କରିବା ଅଧିକାର ମିଳିଥିବା ବେଳେ ରାଜନୈତିକ ଦଳ ଗୁଡିକ ବିରୋଧୀ ଦଳର ନେତୃତ୍ୱଙ୍କୁ ସମ୍ମାନ ଦେବାର ମଧ୍ୟ ପରମ୍ପରା ରହିଛି। କିନ୍ତୁ ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ବିକୃତ କରି ଉପସ୍ଥାପନ କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ। ସୂଚନା ଅନୁଯାୟୀ, ବିଜେଡି ସାଂସଦ ମାନେ ଏଭଳି ପୋଷ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏହି ପୋଷ୍ଟ ସହ ବିଜେପିର ବରିଷ୍ଠ ନେତାଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ବିଜେପି ଆଇଟି ସେଲର ଏଭଳି କାର୍ଯ୍ୟକୁ ବିଜେଡି ନିନ୍ଦା କରିଛି। ଅନ୍ୟପକ୍ଷରେ ଡିସେମ୍ବର ୧୨ରେ ରାଜ୍ୟର ନୂଆ ବିଜେପି ସରକାର ୬ ମାସ ପୂରଣ କରିଥିବାରୁ ହିତାହିତ ଜ୍ଞାନ ହରାଇଥିବା କହିଛନ୍ତି ବିଜେଡି ନେତା ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……