ରିପୋର୍ଟ କାର୍ଡ / ରାୟଗଡ଼ା
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣାରେ ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ହେତୁ ତିନିଜଣଙ୍କୁ ସସପେଣ୍ଡ କରାଯାଇଛି। ଲମ୍ବିତ ଏଏସଆଇ ମନୋଜ ମଲ୍ଲିକ ହୋଇଥିବା ବେଳେ , ଦୁଇ ହାବିଲଦାର ହେଲେ ରାଙ୍ଗl ରାଓ ମଣ୍ଡlଙ୍ଗୀ ଓ ଡମ୍ବୁରୁ ପିଡ଼ିସିକା | ସୂଚନାଯୋଗ୍ୟ, ନିୟମଗିରି ପାହାଡ଼ ଲାମ୍ବା ଗାଁରେ ଗତ ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ସାନଭାଇ କୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ଯାକରି ଫିଙ୍ଗି ଦେଇଥିଲା ବଡଭାଇ । ହତ୍ୟାପରେ ପୋଲିସ ମୃତଦେହକୁ ଜବତ କରିବା ପରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣି ପଚରା ଉଚରା କରୁଥିଲା । ଆଜି ଉକ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରିବାର ଥିଲା । କିନ୍ତୁ ଏହା ପୂର୍ବରୁ ଅଭିଯୁକ୍ତ ଶୌଚାଳୟକୁ ଯିବି କହି ଥାନାରୁ ଚମ୍ପଟ ମାରିଥିଲେ ।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……