ରିପୋର୍ଟ କାର୍ଡ / ରାୟଗଡ଼ା
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣାରେ ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ହେତୁ ତିନିଜଣଙ୍କୁ ସସପେଣ୍ଡ କରାଯାଇଛି। ଲମ୍ବିତ ଏଏସଆଇ ମନୋଜ ମଲ୍ଲିକ ହୋଇଥିବା ବେଳେ , ଦୁଇ ହାବିଲଦାର ହେଲେ ରାଙ୍ଗl ରାଓ ମଣ୍ଡlଙ୍ଗୀ ଓ ଡମ୍ବୁରୁ ପିଡ଼ିସିକା | ସୂଚନାଯୋଗ୍ୟ, ନିୟମଗିରି ପାହାଡ଼ ଲାମ୍ବା ଗାଁରେ ଗତ ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ସାନଭାଇ କୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ଯାକରି ଫିଙ୍ଗି ଦେଇଥିଲା ବଡଭାଇ । ହତ୍ୟାପରେ ପୋଲିସ ମୃତଦେହକୁ ଜବତ କରିବା ପରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣି ପଚରା ଉଚରା କରୁଥିଲା । ଆଜି ଉକ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରିବାର ଥିଲା । କିନ୍ତୁ ଏହା ପୂର୍ବରୁ ଅଭିଯୁକ୍ତ ଶୌଚାଳୟକୁ ଯିବି କହି ଥାନାରୁ ଚମ୍ପଟ ମାରିଥିଲେ ।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..