Report Card Odisha

| Daily Odia News

ଗଣେଶ ମୂର୍ତ୍ତି ଭସାଣିରେ ଛୁରା ମାଡ଼, ଜଣେ ମୃତ, ୩ ଆହତ……

ରିପୋର୍ଟ କାର୍ଡ / ଖୁଣ୍ଟୁଣୀ

ଗଣେଶ ମୂର୍ତ୍ତି ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗାଁରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ ଜଣଙ୍କ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨ ଜଣ ଘରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣଙ୍କ ନାବାଳକ ବୋଲି ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଗୋପାଳ ସାହି ଓ ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ହେଉଥିଲା ଏହି ସମୟରେ ଦୁଇ ସାହିର ପିଲା ମୁହାଁମୁହିଁ ହୋଇଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ଓ ଭୁଜାଲି ଆକ୍ରମଣ ହୋଇଥିଲା। ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ଦୁଇ ଗୋଷ୍ଠୀ ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଗାଁରେ ପୋଲିସ ମୃତୟନ କରାଯାଇଛି।

Breaking News