ରିପୋର୍ଟ କାର୍ଡ / କଟକ
ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ। ପ୍ରକାଶଙ୍କର ଆସିୟୁରେ ଚିକିତ୍ସା ଚାଲିଥିଲା ପ୍ରକାଶ ରାମଙ୍କ ବୟସ ୧୭ ବର୍ଷ। ଏନେଇ ସୂଚନା ଦେଇଛନ୍ତି କଟକ ଏସସିବି ମେଡିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ। ଏହାକୁ ମିଶାଇ ଏସସିବିରେ ଦୁଇ ମୃତ୍ୟ ହୋଇଛି। ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ କେତେକ ଲୋକଙ୍କର ଚିକିତ୍ସା ଜାରି ରହିଛି। ପୂର୍ବରୁ ବିଜୟ ପାଶଓ୍ବାନ ନାମକ ଜଣେ ଆହତଙ୍କର ଚିକିତ୍ସାଧୀନ ଅଵସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କ ଘର ବିହାର ଅଞ୍ଚଳରେ। ତେବେ ବର୍ତ୍ତମାନ ସୁଦ୍ଧା ଏସସିବିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..