ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯ଼ୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଭିଡିଓ କ୍ଲାସ ହେବ । କରୋନା ମହାମାରୀ ପାଇଁ ଗତ ବର୍ଷ ପରି ଏବର୍ଷ ମଧ୍ୟ ହେଵା ନେଇ ନିଷ୍ପତି ହୋଇଛି | ଏଥିପାଇଁ ସବୁ ଉଚ୍ଚମାଧ୍ୟମିକ ସ୍କୁଲ ଅଧ୍ୟକ୍ଷମାନଙ୍କୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚଏସଇ) ପକ୍ଷରୁ ଚିଠି ଲେଖାଯ଼ାଇଛି । ଏହି ପତ୍ର ମାଧ୍ୟମରେ ସବୁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକମାନଙ୍କ ତାଲିକା ମାଗିଛି ପରିଷଦ । ଆସନ୍ତା ମେ ୨୧ ତାରିଖ ସୁଦ୍ଧା ଏହି ତାଲିକା ପ୍ରଦାନ ପାଇଁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯ଼ାଇଛି । ଗତ ବର୍ଷ ଲକଡାଉନ ସମୟରେ ଯ଼ୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ କ୍ଲାସ ହୋଇଥିଲା ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….