ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିକାକୁ ନେଇ କେନ୍ଦ୍ର ସରକାର ଉପରେ ବବର୍ଷୀଛି ଆମ୍ ଆଦମୀ ପାର୍ଟି | କରୋନାର ଦ୍ଵିତୀୟ ଲହର ଯେତେବେଳେ ଭାରତରେ ଦ୍ରୁତଗତିରେ ମାଡ଼ିଲା ସେତେବେଳେ ଟିକାର ଚାହିଦା ଅଚାନକ ବୃଦ୍ଧି ପାଇଲା । ଏଭଳି ସ୍ଥିତିରେ ମେ ୧ରୁ ଭାରତରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବା ବେଳକୁ ବିଭିନ୍ନ ରାଜ୍ୟରେ ଟିକା ନ ଥିଲା । ଏହି ସମସ୍ୟା ପାଇଁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର କେନ୍ଦ୍ରକୁ କଡ଼ା ସମାଲୋଚନା କରିଛି । କେନ୍ଦ୍ର ସରକାର କାହିଁକି ବିଦେଶକୁ ଟିକା ପଠାଇଲେ ବୋଲି ଆପ୍ ପ୍ରଶ୍ନ କରିଛି ଆପ୍ । ସୋମବାର ଆପ୍ ପକ୍ଷରୁ ଏକ ଟ୍ବିଟ୍ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଟ୍ବିଟ୍ରେ ଆପ୍ ପକ୍ଷରୁ ଲେଖାଯାଇଛି ଯେ, ମୋଦୀ ଭାରତର ଲୋକଙ୍କଠାରୁ ଭୋଟ ନେଲେ, କିନ୍ତୁ ଟିକା ବିଦେଶକୁ ପଠାଇଦେଲେ । ଟ୍ବିଟର ହ୍ୟାଣ୍ଡେଲରେ ଲେଖାଯାଇଛି, ନରେନ୍ଦ୍ର ମୋଦୀ ଭୋଟ କାହାଠାରୁ ନେଲେ ? ଏହାର ଉତ୍ତରରେ ଦିଆଯାଇଛି ତିରଙ୍ଗା ଚିହ୍ନ। ଏହା ପରେ ଲେଖାଯାଇଛି ନରେନ୍ଦ୍ର ମୋଦୀ ଟିକା କାହାକୁ ଦେଲେ ? ଏହାର ଉତ୍ତରରେ ଟିକା ପଠାଯାଇଥିବା ଦେଶଗୁଡ଼ିକର ଜାତୀୟ ପତାକା ସ୍ଥାନିତ ହୋଇଛି।
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..