ରିପୋର୍ଟ କାର୍ଡ / କଟକ
ବାଲିଯାତ୍ରାରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ଫୁଡ୍ ଷ୍ଟଲ୍ ଉପରେ ଚଢାଉ କରାଯାଉଛି । କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଲିଯାତ୍ରାରେ ପଡିଥିବା ଖାଇବା ଷ୍ଟଲ୍ ଉପରେ ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାଂଶ ଷ୍ଟଲରୁ କୁଇଣ୍ଟାଲ କୁଇଣ୍ଟାଲ ବାସୀଖାଦ୍ୟ ନଷ୍ଟ କରାଯିବା ସହ ଖରାପ ତେଲ ଯାଞ୍ଚ କରି ସମସ୍ତ ଖାଦ୍ୟକୁ ଜବତ କରିଛି ଫୁଡ଼ ସେଫଟି ଟିମ । ଏହି ଯାଞ୍ଚରେ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସିଏମସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏଭଳି ଖାଦ୍ୟରମାନ ନିୟମିତ ଭାବରେ ଯାଞ୍ଚ ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର କହିଛନ୍ତି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….