Report Card Odisha

| Daily Odia News

ଖୋଲିଲା ଅନ୍‌ଲାଇନ୍ ଶିକ୍ଷକ ବଦଳି ପୋର୍ଟାଲ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଏଣିକି ସହଜରେ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ହୋଇପାରିବ | ମାଧ୍ୟମିକ ଏବଂ ପ୍ରାଥମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଖୋଲିଛି ଅନ୍‌ଲାଇନ୍ ଶିକ୍ଷକ ବଦଳି ପୋର୍ଟାଲ। http://smeuas.odisha.gov.in ଜରିଆରେ ବଦଳି ପାଇଁ ଇଚ୍ଛୁକ ଶିକ୍ଷକ-ଶିକ୍ଷୟିତ୍ରୀ ଆବେଦନ କରିପାରିବେ। ଏହି ସମାନ ଲିଙ୍କ୍‌ ଓସେପାର ହୋମ୍‌ ପେଜ୍‌ରେ ମଧ୍ୟ ଉପଲବ୍ଧ ହୋଇଛି। ନୂତନ ଏକୀକୃତ ସ୍ବୟଂକ୍ରିୟ ବ୍ୟବସ୍ଥାରେ ଶିକ୍ଷକ ଡାଟା ଅପ୍‌ଡେଟ୍ କାର୍ଯ୍ୟ ଏବଂ ଶିକ୍ଷକ ବଦଳି ପୋର୍ଟାଲ ପ୍ରକ୍ରିୟା ସମ୍ପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଦିଗ୍‌ଦର୍ଶନ ଦିଆଯିବ। ଏହି ତାଲିମ କାର୍ଯ୍ୟକ୍ରମ ଆଭାସି ଜରିଆରେ ଆଜି ଦିନ ୧୧ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏଥିରେ ଡିଇଓ-ବିଇଓଙ୍କ ସମେତ ଶିକ୍ଷକ ବଦଳି ପ୍ରକ୍ରିୟା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅଂଶଗ୍ରହଣ କରିବାକୁ କୁହାଯାଇଛି। ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

Breaking News