Report Card Odisha

| Daily Odia News

ବିରୋଧୀ ମେଣ୍ଟର ନାମ ଇଣ୍ଡିଆ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଜୋରଦାର ଲଢ଼େଇ ହେବ। ଗୋଟିଏ ପଟେ INDIA ରହିଥିବା ବେଳେ ଅନ୍ୟପଟେ ରହିଛି ବିଜେପି ନେତୃତ୍ୱାଧୀନ NDA। ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ସାମିଲ ହୋଇ ନିଜର ନୂଆ ନାଁ ସମ୍ପର୍କରେ ଆଲୋଚନା କରିଛନ୍ତି। ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ ବିରୋଧ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବିରୋଧୀ ମେଣ୍ଟର ନାଁ INDIA ରହିବ ବୋଲି ସ୍ଥିର କରାଯାଇଛି। ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଗଠନ ହୋଇଥିଲା। କିନ୍ତୁ ମହାବୈଠକରେ ୟୁପିଏ ନାଁକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରି ନଥିଲେ। ତେଣୁ ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାଁ INDIA ରଖାଯାଇଛି।

 

Breaking News