Report Card Odisha

| Daily Odia News

ବିରୋଧୀ ବନାମ ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ସାଧାରଣ ନିର୍ବାଚନ ନେଇ ସରଗରମ ରାଜନୀତି। ସମସ୍ତ ବିରୋଧୀ ଦଳ ମିଳିତ ଭାବେ ବଡ଼ ମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଶାସକ ବିରୋଧୀ ଶକ୍ତି ପଦର୍ଶନ ମୋଡ଼ରେ ରହିଛନ୍ତି | ବିରୋଧୀ ମେଣ୍ଟ ଦଳକୁ ଆଉ ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ UNITED WE STAND ସ୍ଥିର ହୋଇଛି | ଯେଉଁଥିରେ ୨୪ ରୁ ଅଧିକ ଦଳ ଯୋଗଦେଉଛନ୍ତି | ପାଟନା ବୈଠକ ପରେ ବେଙ୍ଗାଲୁରୁରେ ଆସନ୍ତାକାଲି ହେବାକୁ ଥିବା ବୈଠକ ବେଶ୍‌ ନିର୍ଣ୍ଣାୟକ ହେବ। ସେହିପରି ବିରୋଧୀ ଦଳଗୁଡିକର ଏକତା ପାଇଁ ବେଙ୍ଗାଲୁରୁରେ ଚାଲିଥିବା ବୈଠକର ଜବାବରେ ଏନଡିଏ ଆସନ୍ତାକାଲି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ । ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଆମର ୩୮ ସହଯୋଗୀ ଏନଡିଏ ବୈଠକରେ ସାମିଲ ହେବା ସ୍ପଷ୍ଟ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଗତ ୯ ବର୍ଷରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଜଭୁତ ନେତୃତ୍ୱକୁ ଦେଖିଛୁ । ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସ ମଧ୍ୟ ବଢିଛି । କରୋନା ମହାମାରୀର ପରିଚାଳନା କରି ପ୍ରଧାନମନ୍ତ୍ରୀ ମୋଦୀ ଉଦାହରଣ ସୃଷ୍ଟି କରିଛନ୍ତି । ଗତ ୯ ବର୍ଷରେ ଏନଡିଏ ସରକାର ସୁଶାସନ ପାଇଁ କାମ କରିଛି ଏବଂ ଆମେ ଏହା ଉପରେ ଲଗାତାର କାମ କରୁଛୁ ।

 

 

 

 

Breaking News